Ajay Kumar Sahooଓଡ଼ିଆ ଭାଷା ସାହିତ୍ୟ ପାଇଁ ଡକ୍ଟର ଅଜୟ କୁମାର ସାହୁ ଜଣେ ଉଦୀୟମାନ ଯୁବ ଗବେଷକ। ସାହିତ୍ୟ ପ୍ରତି ଗଭୀର ରୁଚି ଥିବା ହେତୁ ସେ ଗଳ୍ପ, କବିତା ଓ ପ୍ରବନ୍ଧ ରଚନାରେ ମନୋନିବେଶ କରିଛନ୍ତି। ଓଡ଼ିଶାରେ ବାସ କରୁଥିବା ଜନଜାତିମାନଙ୍କର ବିଭିନ୍ନ ସମସ୍ୟା ସହିତ ସେମାନଙ୍କର ସାଂସ୍କୃତିକ ଜୀବନଚିତ୍ର ଓ ଚାଲିଚଳଣିକୁ େଇ କେତେଗୁଡ଼ିଏ ନିବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ଡକ୍ଟର ସାହୁଙ୍କ ଦ୍ୱାରା ପ୍ରକାଶିତ। ଓଡ଼ିଆ ପ୍ରବନ୍ଧ ସାହିତ୍ୟ ପ୍ରତି ଅନୁରାଗି ଡକ୍ଟର ସାହୁ ପ୍ରାବନ୍ଧିକ ଚିତ୍ତରଂଜନ ଦାସଙ୍କ ସଂପର୍କରେ ଆଲୋଚନା କରି କଳାଭୂଷଣ ଉପାଧି ପ୍ରାପ୍ତ କରିଥିବା ବେଳେ ମନୋଜ ଦାସଙ୍କ ପ୍ରବନ୍ଧ ସଂପର୍କରେ ନିବନ୍ଧ ପ୍ରସ୍ତୁତ କରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ କଳାବିଭୂଷଣ ଉପାଧିରେ ଭୂଷିତ ହୋଇଛନ୍ତି। ବର୍ତ୍ତମାନ ଡକ୍ଟର ସାହୁ କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପନାରତ। Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.