Amrita Pritamଅମୃତା ପ୍ରୀତମ (ଅଗଷ୍ଟ 31,1919--ଅକ୍ଟୋବର 31,2005) ହେଉଛନ୍ତି ଭାରତୀୟ ସାରସ୍ବତ ଆକାଶର ଜଣେ ବହୁଚର୍ଚ୍ଚିତ ତଥା ପ୍ରତିଷ୍ଠିତ ସାହିତ୍ଯ ସାଧିକା;ଯିଏ ଥିଲେ ସପ୍ତଦଶ ଜ୍ଞାନପୀଠ ପୁରସ୍କାର ବିଜେତା । ଏଭଳି ପୁରସ୍କାର ପ୍ରାପ୍ତିରେ ସେ ଥିଲେ ବଙ୍ଗୀୟ ଆଶାପୂର୍ଣ୍ଣା ଦେବୀଙ୍କ ପରେ ଦ୍ବିତୀୟ ମହିଳା। ଜୀବନ ତଙ୍କର ଥିଲା ବହୁ ଉତ୍ଥାନ ଓ ପତନର ଏକ ବିଚିତ୍ର ମିଶ୍ରରାଗ। ଦୁଃଖର ହଳାହଳ ପାନକରି ଅମୃତା ହିଁ ଅମୃତ ପରିବେଷଣ କରିଛନ୍ତି ଅଗଣିତ ସାହିତ୍ଯପ୍ରେମୀଙ୍କୁ । ଅମୃତାଙ୍କ ଅମୃତ ସ୍ପର୍ଶୀ ଅମର ଲେଖନୀରୁ ଝରି ଆସିଛି ଅନେକ କାଳଜୟୀ ସାରସ୍ବତ ସୃଷ୍ଟି । ସେଗୁଡ଼ିକ ହେଉଛନ୍ତି--ଡକ୍ଟର ଦେବ୍, ଆହାଲନା, ବନ୍ଦ୍ ଦରୱାଜା, ରଙ୍ଗ ଦା ପତା, ପିଞ୍ଜର, ଏକ୍ ସୱାଲ, ଇକ୍ ଶି ଅନୀତା, ଧରତୀ, ସାଗର, ତେସିପିୟାନ, ଛକ ନମ୍ବର ଛତିଶ,ଫର୍ଟି ନାଇନ୍ ଡେଜ୍, ଅମୃତ ଲେହେରାଂ, ଅକ୍ଷର, ଦସ୍ତାଭେଜ୍, ଉସରି ଅଜରତ୍, ଉନ୍ ଜାଁ ବିନ୍, ଆଜ୍ ତନବତୀ ହର୍, ନବୀୟାଁ କଲମ୍ ଇତ୍ୟାଦି ଉପନ୍ୟାସ ଓ ଗଳ୍ପଗ୍ରନ୍ଥ। "ରସିଦ୍ ଟିକେଟ୍" ହିଁ ତାଙ୍କ ସଫଳ ସାର୍ଥକ ଆତ୍ମଜୀବନୀ । "କାଗଜ୍-ତେ-କାନଭାସ୍," ହିଁ ତାଙ୍କର ସର୍ବଶ୍ରେଷ୍ଠ ସାରସ୍ବତ କୃତି ଯାହା ତାଙ୍କୁ ଭାରତୀୟ ଜ୍ଞାନପୀଠ ପୁରସ୍କାରରେ ପୁରସ୍କୃତ କରିଥିଲା। ଉଭୟ ପାକିସ୍ତାନ ଓ ଭାରତ ସରକାରଙ୍କ ଦ୍ବାରା ସାହିତ୍ଯ ଏକାଡେମୀ ପୁରସ୍କାର ଏବଂ ଭାରତ ସରକାରଙ୍କ ପଦ୍ମ ବିଭୂଷଣ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡି.ଲିଟ୍ ଉପାଧି,ବୁଲଗାରିଆ ସରକାରଙ୍କ ଠାରୁ ଜାତୀୟ ପୁରସ୍କାର, ରାଜ୍ୟସଭାର ମନୋନୀତ ସଭ୍ଯ ଭାବେ ସେ ନିଯୁକ୍ତ ମଧ୍ଯ ହୋଇଥିଲେ। Read More Read Less