Bhima Prustyକ୍ଷେତ୍ର ଅନୁଧ୍ୟାନ ଉପନ୍ୟାସ ରଚନା କ୍ଷେତ୍ରରେ ଉପନ୍ୟାସିକ ଭୀମ ପୃଷ୍ଟି (ଜନ୍ମ-୧୯୫୯) ଏକ ଦୃଷ୍ଟାନ୍ତମୂଳକ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଉପନ୍ୟାସଗୁଡ଼ିକ ମଧ୍ୟରେ 'ମୁହାଣ', 'ଓଁ', 'କବିତାର ଉପନ୍ୟାସ', 'ପ୍ରିୟ ନାରୀ', 'ସମୁଦ୍ର ମଣିଷ' ଓ 'ଜମ୍ବୁଲୋକ' ଇତ୍ୟାଦି ଅନ୍ୟତମ । ବର୍ଷ ବର୍ଷ ଧରି ପରିଭରମଣ, ଗବେଷଣା, ଅନୁଧ୍ୟାନ ଓ ଅନୁଭୂତିକୁ ଆଧାର କରି ତାଙ୍କର ଉପନ୍ୟାସଗୁଡ଼ିକ ତୃଣମୂଳ ସ୍ତରୀୟ ଅଂଚଳ ଓ ଜନ ଜୀବନର ବାସ୍ତବ ପ୍ରତିଲିପି । ସମୁଦ୍ର ଗ୍ରାସରେ ବିଲୁପ୍ତ ହୋଇ ଯାଇଥିବା ସାତୋଟି ଗାଁ ସାତଭାୟାକୁ ଆଧାର କରି 'ସମୁଦ୍ର ମଣିଷ' ଉପନ୍ୟାସ ବିଶ୍ୱ ପରିବେଶ ବିଘଟନର ଜୀବନ୍ତ ପ୍ରତୀକ । ମଣିଷର ଜୀବନ, ଜୀବିକା ଓ ସଂଘର୍ଷର ମର୍ମସ୍ପର୍ଶୀ କାହାଣୀ ଗୁନ୍ଥା ଉପନ୍ୟାସଗୁଡ଼ିକ ପାଇଁ ତାଙ୍କୁ ମିଳିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୮), କାଦମ୍ବିନୀ ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ (୨୦୧୧), ଉତ୍କଳ ସାହିତ୍ୟ ସମାଜ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ(୨୦୨୨) ଓ ୪୪ତମ ଶାରଳା ପୁରସ୍କାର (୨୦୨୩) । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.