Filter By Category
Bibhuti Pattanaik

Bibhuti Pattanaikଆଧୁନିକ ଓଡ଼ିଆ କଥା ସାହିତ୍ୟରେ ଅଜସ୍ରସ୍ରାବୀ ସର#2893;ଜନାର ରୂପକାର ଭାବେ ବିଭୂତି ପଟ୍ଟନାୟକ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ତାଙ୍କ ଜନ୍ମ ୧୯୩୭ ମସିହାରେ ଜଗତ୍]ସିଂହପୁର ଜିଲ୍ଲା ଅନ୍ତର୍ଗତ ଡିଙ୍ଗେଶ୍ୱର ନିକଟବର୍ତ୍ତୀ ଜିରା ଗ୍ରାମରେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ 'ଓଡ଼ିଆ ଉପନ୍ୟାସର ସମାଜତାତ୍ତ୍ୱିକ ଅଧ୍ୟୟନ' ଶୀର୍ଷକ ସନ୍ଦର୍ଭ ପ୍ରସ୍ତୁତ କରି ସେ ପିଏଚ୍].ଡି. ଡିଗ୍ରୀ ଲାଭ କରିଛନ୍ତି । ବିଭୂତି ପଟ୍ଟନାୟକ ଆଧୁନିକ ଓଡ଼ିଆ କଥାଜଗତକୁ ନିଜର ଗୁଣାତ୍ମକ ତଥା ପରିମାଣାତ୍ମକ ସୃଷ୍ଟିସମ୍ଭାର ମାଧ୍ୟମରେ ଋଦ୍ଧିମନ୍ତ କରିଛନ୍ତି । ତାଙ୍କ କଥା ସାହିତ୍ୟର ବାତାୟନ ମଧ୍ୟ ଦେଇ ପାଠକ ସାମାଜିକ, ରାଜନୀତିକ ତଥା ମାନବୀୟ ଜୀବନଧାରାର ପରିବର୍ତ୍ତିତ ରୂପଚିତ୍ରକୁ ଉପଲବ୍ଧ କରିପାରେ । ପ୍ରେମ, ପ୍ରତାରଣା, ସଂଘର୍ଷ, ସ୍ଖଳନ, ଆତ୍ମସ୍ୱାଭିମାନ ତଥା ଆତ୍ମପ୍ରତିଷ୍ଠାର ମାନବୀୟ ମୂଲ୍ୟବୋଧକୁ ନେଇ ତାଙ୍କର ଗଳ୍ପ ଉପନ୍ୟାସ ପରିପୁଷ୍ଟ । 'ଚପଳଛନ୍ଦା' ଉପନ୍ୟାସରୁ ଆରମ୍ଭ କରି 'ନାୟିକାର ନାମ ଶ୍ରାବଣୀ', 'ବଧୂନିରୁପମା', 'ଅଶ୍ୱମେଧର ଘୋଡ଼ା', ପ୍ରମୁଖ ଉପନ୍ୟାସ, 'ମନ ଭଲ ନାହିଁ', ପ୍ରମୁଖ ଗଳ୍ପ ସଂକଳନ ବିଭୂତୀୟ କଥାଚାତୁରୀର ସ୍ୱତନ୍ତ୍ର ପରିଚୟ ବହନ କରନ୍ତି । ଆଖି ଆଗର ସମାଜ, ଚରିତ୍ର, ଘଟଣା ଓ ପରିବେଶକୁ ନେଇ ତାଙ୍କ କଥାଜଗତ ଅତ୍ୟନ୍ତ ନିଚ୍ଛକ ଓ ଜୀବନ୍ତ ମନେ ହୁଏ । ଉପନ୍ୟାସ ଏବଂ ଗଳ୍ପ ବ୍ୟତୀତ ସେ ଜଣେ ବୁଦ୍ଧିଦୀପ୍ତ ପ୍ରାବନ୍ଧିକ ତଥା ସମାଲୋଚକ ମଧ୍ୟ । ସେ ପାଇଥିବା ବିଭିନ୍ନ ସମ୍ମାନ ଓ ପୁରସ୍କାର ମଧ୍ୟରେ 'ଅଶ୍ୱମେଧର ଘୋଡ଼ା' ଉପନ୍ୟାସ ପାଇଁ ୧୯୮୫ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ର ଶାରଳା ପୁରସ୍କାର, 'ମହିଷାସୁରର ମୁହଁ' ଗଳ୍ପ ସଂକଳନ ପାଇଁ ୨୦୧୫ର ସାହିତ୍ୟ ଏକାଡମୀ ପୁରସ୍କାର, ୨୦୧୬ର ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଉଲ୍ଲେଖଯୋଗ୍ୟ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅନେକ ବର୍ଷ ଓଡ଼ିଆ ଭାଷା ସାହିତ୍ୟରେ ଶିକ୍ଷାଦାନ କଲାପରେ ଅବସରଗ୍ରହଣ କରି ସମ୍ପ୍ରତି ଭୁବନେଶ୍ୱରରେ ରୁହନ୍ତି । Read More Read Less

3 results found
List viewGrid view
Sort By:
1.
Badhu Nirupama21 %
Publisher: Black Eagle Books
No Review Yet
₹1,211
₹957
Binding:
Paperback
Release:
09 Jan 2020
Language:
Oriya
Available
Ships within 4-6 Days Explain..
2.
Adima AranyaNR
Publisher: Black Eagle Books
No Review Yet
₹1,018
Binding:
Paperback
Release:
29 Nov 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
3.
Suryasta Purbaru Sandhya1 % NR
Publisher: Black Eagle Books
No Review Yet
₹1,260
₹1,247
Binding:
Paperback
Release:
20 Dec 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found