Ezhil Vendhanଦୀର୍ଘ ଚାରି ଦଶନ୍ଧି ଧରି ଇଂରାଜୀ, ତାମିଲ୍ ଏବଂ ହିନ୍ଦୀ ରେ କବିତା ଲେଖୁଥିବା ଡଃ ଏଝିଲ୍ ବେନ୍ଧାନା,ଭାରତର ଜଣେ ଚର୍ଚ୍ଚିତ ବହୁଭାଷୀ କବି ଓ ତିନୋଟି କବିତା ସଂଗ୍ରହ ର ସଫଳ ସ୍ରଷ୍ଟା ।ତାଙ୍କ କବିତା ସଂଗ୍ରହ 'ଲୁମିନସ୍ ଟେଣ୍ଟାକଲ୍ସ' ଚାଇନିଜ୍,ଫ୍ରେଞ୍ଚ, ରସିଆନ୍,ଆସାମୀଜ୍,ଆଜେରବାଇଜାନି ଆଦି ଭାଷାରେ ଅନୁିତ ଓ ଶାସ୍ତ୍ରୀୟ ଓଡିଆ ଭାଷାରେ ଆତ୍ମପ୍ରକାଶ କରିବାକୁ ପ୍ରସ୍ତୁତ ।କବିଙ୍କର ଅନେକ କବିତା ଆନ୍ତର୍ଜାତୀୟ କବିତା ପୁସ୍ତକରେ ସ୍ଥାନିତ ହେବା ସହ ପ୍ରସିଦ୍ଧ କବିତା" ବାନୟାନ୍ ଟ୍ରି" "ତାମିଲ୍ ଭାଷାର ଶ୍ରେଷ୍ଠ କବିତା ରୂପେ ସମ୍ମାନିତ ଯାହାକି ଭାରତୀୟ ଗଣତନ୍ତ୍ର ଦିବସ ବହୁଭାଷୀ ଜାତୀୟ ସମ୍ମିଳନୀ-୧୯୯୫ ଲାଗି ମନୋନୀତ ।ବର୍ତ୍ତମାନ ଏହା ବିଶ୍ୱର ତିରିଶ ଟି ଭାଷାରେ ଅନୁଦିତ ହୋଇସାରିଛି ।କବି ଏଝିଲ୍ ବେନ୍ଧାନା ଙ୍କ କବିତା କଳା ଓ ବିଜ୍ଞାନର ଅପୂର୍ବ ସମନ୍ୱୟ କହିଲେ ଅତ୍ୟୁକ୍ତି ହେବନାହିଁ । ଆଜୀବନ ସାହିତ୍ୟ ସାଧନା ଲାଗି ସେ ବିଶ୍ୱ ଜାତି ଲେଖକସଂଘ,କାଜାଖସ୍ତାନ ଦ୍ୱାରା 'ବିଶ୍ୱ ବିଜେତା ସାହିତ୍ୟ-୨୦୧୭' ଏବଂ 'ବିଶ୍ୱ ଶ୍ରେଷ୍ଠ କବି' ପୁରସ୍କାରରେ ପୁରସ୍କୃତ ।ଅବହେଳିତ ଗୋଷ୍ଠୀର ଅସନ୍ତୋଷ ଓ ଅଭିଯୋଗ କବିଙ୍କ କବିତାର ମୂଖ୍ୟ ସ୍ୱର । ସତ କହିବାକୁ ଗଲେ,ମାନବିକତା ର ଶବ୍ଦ ତରଙ୍ଗ ଲାଗି କବି ଏଝିଲ୍ ବେନ୍ଧାନା ବିଶ୍ ମହଲରେ ପରିଚିତ । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.