Gayatribala Pandaଗାୟତ୍ରୀବାଳା ପଣ୍ଡା ଓଡ଼ିଆ ସାହିତ୍ୟର ଏକ ଶକ୍ତିଶାଳୀ ସ୍ୱର। ଯେଉଁ ସ୍ୱର ଅନ୍ତରଙ୍ଗ ଏବଂ ଅସୀମ ସମ୍ଭାବନାର ସ୍ରୋତ ପରି ପ୍ରବାହିତ ହୁଏ । ଯେଉଁ ସ୍ୱର କୋମଳ ଅଥଚ ଅଦମ୍ୟ। ଯେଉଁ ସ୍ୱର ସ୍ମୃତିର ସଙ୍ଗୀତ, ନୀରବତାର ନାଦ, ଯନ୍ତ୍ରଣାର ତୀବ୍ରତା ଏବଂ ସତ୍ୟର ଶକ୍ତି ବହନ କରେ, ଯାହା ଅଶ୍ରୁତ ଓ ଅଦୃଶ୍ୟକୁ ଜୀବନ୍ାସ ଦିଏ। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ସେ ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଛନ୍ତି। ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ବର୍ତ୍ତମାନ ସୁଦ୍ଧା ୩୫ଟି ପୁସ୍ତକ ପ୍ରକାଶିତ ହୋଇ ରାଜ୍ୟ ଓ ଜାତୀୟସ୍ତରରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। କେବଳ ହୃଦୟରୁ ନୁହେଁ, ଜୀବନ୍ତ ଅଭିଜ୍ଞତାର ମଜ୍ଜାରୁ ଆତ୍ମପ୍ରକାଶ କରିଥିବା "ବେଶଘର" କବିତା ସଂକଳନ ତାଙ୍କ ସୃଷ୍ଟି ସଂଭାରରେ ଏକ ସ୍ମରଣୀୟ ସଂଯୋଜନ। Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.