Jasobanta Sethi

Jasobanta Sethiକାନ୍ଧର ଏକ ପାର୍ଶ୍ୱରେ କବିତା ଏବଂ ଅପର ପାର୍ଶ୍ୱରେ ଗଳ୍ପ ଗଣ୍ଠିଲି ଭାରର ଉପଯୁକ୍ତ ଭାରସାମ୍ୟ ରକ୍ଷା କରି ସାହିତ୍ୟ ପଥରେ ନିଜର ଦ୍ୱୈତ ଯାତ୍ରା ଜାରି ରଖିଥିବା ଓଡ଼ିଆ ସାହିତ୍ୟ ସମକାଳର ଆଉ ଜଣେ ସ୍ପର୍ଦ୍ଧିତ ସ୍ୱର କବି ଓ କଥାକାର ଯଶୋବନ୍ତ ସେଠୀ । "ନଈ ସେପାରିର ଝିଅ' ଏହି ଲେଖକଙ୍କର ପୁସ୍ତକ କ୍ରମରେ ସପ୍ତମ ଏବଂ ଗଳ୍ପ କ୍ରମରେ ତୃତୀୟ ଗଳ୍ପ ସଙ୍କଳନ । ଓଡ଼ିଆ ପାଠକ ପାଠିକାଙ୍କ ପାଇଁ ଜଣେ ଭରସାଯୋଗ୍ୟ ସାହିତ୍ୟକାର ଭାବେ ମାନବୀୟ ସମ୍ବେଦନଶୀଳତାକୁ ମୁଖ୍ୟ ଉପଜୀବ୍ୟ କରି ସ୍ୱକୀୟ ଦାୟବଦ୍ଧ ଲେଖନୀରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଥିବା ଯଶୋବନ୍ତଙ୍କର ଗଳ୍ପଫର୍ଦ୍ଦ ବ୍ୟକ୍ତ ଏବଂ ଅବ୍ୟକ୍ତ ଜଗତର ବିପୁଳ ଅନୁଭବକୁ ନେଇ ବାଙ୍]ମୟ ଏବଂ ବିସ୍ତୃତ । ଶବ୍ଦର କାଉଁରୀ ମନ୍ତ୍ରରେ ପାଠକୀୟ ହୃଦୟକୁ କେତେବେଳେ ସେ ସମ୍ମୋହିତ ଆଉ ରସାର୍ଦ୍ର କରି ପକାନ୍ତି ତ କେତେବେଳେ ବର୍ଣ୍ଣନାର ଚାତୁରିରେ ବିମଳ ହାସ୍ୟରସ ପାନ କରାଇ ସହୃଦୟ ପାଠକଙ୍କର ଓଠରେ ଫୁଟାଇଥା'ନ୍ତି ହସର ହର୍ଷିତ ସୂର୍ଯ୍ୟୋଦୟ । ଯଶୋବନ୍ତଙ୍କର ଏହି କାଳୋପଯୋଗୀ ସୃଷ୍ଟି ଓଡ଼ିଆ ଗଳ୍ପ ଭଣ୍ଡାରକୁ ରୁଦ୍ଧିମନ୍ତ କଲେ ପ୍ରକାଶନର ଶ୍ରମ ସାର୍ଥକ ହେବ । Read More Read Less

1 results found
List viewGrid view
Sort By:
1.
Nai Separira JhiaNR
Publisher: Black Eagle Books
No Review Yet
₹1,246
Binding:
Paperback
Release:
14 Mar 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found
ASK VIDYA