Kailash Chandra Banthaଡକ୍ଟର କୈଳାସ ବାଣ୍ଠ ସାଂପ୍ରତିକ ସମୟର ସର୍ଜନା ଓ ଗବେଷଣା - ଉଭୟ କ୍ଷେତ୍ରରେ ଜଣେ ଜଣାଶୁଣା ପ୍ରଭାବଶାଳୀ ସାହିତ୍ୟ ସ୍ରଷ୍ଟା। ଉଚ୍ଚତର ଗବେଷଣା କରି 'ଓଡ଼ିଆ ଉପନ୍ୟାସରେ ସଇତାନ ଚରିତ୍ର' ପାଇଁ ପିଏଚ.ଡି. ଡିଗ୍ରୀ ଓ 'ଫକୀରମୋହନଙ୍କ କଥାସାହିତ୍ୟରେ କର୍ମଫଳ' ପାଇଁ ଡି.ଲିଟ. ଭଳି ସର୍ବୋଚ୍ଚ ଡିଗ୍ରୀ ଉତ୍କଳ ିଶ୍ୱବିଦ୍ୟାଳୟରୁ ପ୍ରାପ୍ତ ହୋଇଛନ୍ତି। ପରମାନନ୍ଦ ମହାବିଦ୍ୟାଳୟ, ବୋଲଗଡ(ଖୋର୍ଦ୍ଧା) ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା (କୋରାପୁଟ)ଠାରେ ଓଡ଼ିଆ ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି। ସେ ଏକାଧାରରେ ବାଗ୍ମୀ ବକ୍ତା, ସ୍ୱନାମଧନ୍ୟ ଅଧ୍ୟାପକ, ପ୍ରଗଳଭପ୍ରବଚକ, ନିରଳସକବି, ସାହିତ୍ୟସମାଲୋଚକ, ଆକାଶବାଣୀ, କଟକ (ଯୁବବାଣୀ)ର ଆଦୃତ ଗୀତିକାର, ନାଟ୍ୟକାର, ଅନୁବାଦକ, ସାହିତ୍ୟ ସଂଗଠକ, ସମ୍ପାଦକ ଓ ସଂଗ୍ରାହକ। 'ଓଡ଼ିଆ ଲୋକ ନାଟକ ଏକ ଅଧ୍ୟୟନ', 'ଓଡ଼ିଆ ଶିଶୁ ସାହିତ୍ୟ ଏକ ଆକଳନ', 'ରତ୍ନାକର ଚଇନିଙ୍କ ଚାରୋଟି ଛୋଟ ନାଟକ', 'ଅମୂର୍ତ୍ତ ମନର ମୂର୍ତ୍ତଭାସ୍କର ନିମାଇଁ ପଟ୍ଟନାୟକ', 'ପ୍ରବନ୍ଧ ଆଲୋକ', 'ଢୁମ୍ପା ସଙ୍ଗୀତ', 'ରଘୁନାଥ ବିହାର', 'ଶାଗୁଣା ସହ ସାକ୍ଷାତ', 'ରାଧାକୃଷ୍ଣ ଚମ୍ପୁ', 'ଦିଗବିଜୟୀ ରାବଣ', 'କଥିତ ଓଡ଼ିଆ ଶବ୍ଦକୋଷ', 'ଡକ୍ଟର ଦେବ' ଇତ୍ୟାଦି ତାଙ୍କର ଏକ ଏକ ସାର୍ଥକ କୃତି। ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ। Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a great book recommendation, help with your order or have any questions? I'm here to assist you.