Suvashree Lenkaଡକ୍ଟର ଶୁଭଶ୍ରୀ ଲେଙ୍କା ଆଧୁନିକ ଓଡ଼ିଆ କବିତାର ଏକ ସ୍ପଷ୍ଟ ଓ ଶାଣିତ ସ୍ୱର। ତିନି ଦଶନ୍ଧିର କବିତା ଯାତ୍ରାରେ ସେ ସାଉଁଟିଛନ୍ତି ବିପୁଳ ପାଠକୀୟ ଆଦର ଓ ସମ୍ମାନ। ବିବିଧ କାର୍ଯ୍ୟକ୍ରମରେ ସଦା ସଂପୃକ୍ତ ଶୁଭଶ୍ରୀଙ୍କ କବିତାରେ ଅଛି ଜୀବନକୁ ନିବିଡ଼ ଭାବରେ ଅନୁଭବ କରିବାର ସକରାତ୍ମକ ଅଭିବ୍ୟକ୍ତି। ତାଙ୍କ କବତାର ଶବ୍ଦମାନେ କେବେ କେବେ ମରୁଭୂମିର ଓଏସିସ୍ ପରି ଛାୟାଘନ, ଶୀତଳ। ପୁଣି କେବେ ଆର୍ôଥକ, ସାମାଜିକ କି ରାଜନୈତିକ ବିସଂଗତିକୁ କଟାକ୍ଷ କରିବାରେ ସାହସୀ ଧ୍ୱଜାଧାରୀ। ଆଧୁନିକ ନାରୀର ବହୁବର୍ଣ୍ଣା ବ୍ୟକ୍ତିତ୍ୱ ତା'ର ପ୍ରେମ ଓ ପ୍ରତାରଣା, ବିରହ ଓ ବିଦ୍ରୋହ, ସାଲିସ ଓ ଏକ୍କଲାପଣର କଥା ଓ ବ୍ୟଥା ତାଙ୍କ କାବ୍ୟ ଆକାଶର ବର୍ଣ୍ଣିଳ ଇନ୍ଦ୍ରଧନୁ। ତାଙ୍କ କବିତାର ଝିଅମାନେ ଅବଳା ଦୁର୍ବଳା ନୁହନ୍ତି, ନିଷ୍ପତ୍ତି ନେବାରେ ନିପୁଣା। ସୁଦୁ ନାରୀତ୍ୱର ନିରାଜନା କରୁଥିବା ତିରିଶ୍ ବର୍ଷର କିଛି ନୂଆ କିଛି ପୁରୁଣା କବିତା ଏଇ ସଂକଳନରେ ଅଛି। ସୃଜନ ମନସ୍କ ଶୁଭଶ୍ରୀ କବିତା, ଗପ, ଆଲୋଚନା, ପ୍ରବନ୍ଧ, ସ୍ତମ୍ଭ ଇତ୍ୟାଦି ଲେଖିବା ସହ ଜଣେ ଉତ୍ତମ ସାହିତ୍ୟ ସଂଗଠିକା, ସମାଜସେବୀ, ଚିତ୍ରକର ଓ ସଂପାଦିକା। ତାଙ୍କର 'ଛାଇର ଛବି' ସଂକଳନଟି ପୂର୍ବପରି ପାଠକପ୍ରିୟ ହେବ ବୋଲି ବିଶ୍ୱାସ। Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.