Umakanta Mahapatraଉମାକାନ୍ତ ମହାପାତ୍ର(୨୩ ଅପ୍ରେଲ୧୯୩୦ - ୦୮ ଜୁଲାĚ; ୧୯୯୯)ଙ୍କ ଜନ୍ମସ୍ଥାନ କଟକ । ପିତା ସାକ୍ଷୀଗୋପାଳ ନିକଟସ୍ଥ ବିଶ୍ୱନାଥପୁର ଗ୍ରାମର ଲୋକନାଥ ମହାପାତ୍ର ଓ ମାତା ପାର୍ବତୀ ଦେବୀଙ୍କର ସେ ଜ୍ୟେଷ୍ଠ ସନ୍ତାନ । ଶିକ୍ଷକ ପିତାଙ୍କ ତତ୍ତ୍ୱାବଧାନରେ ଭବାନୀପାଟଣାରେ ଓ ପରେ ଏହ୍ଲାବାଦରେ ସ୍କୁଲ ଶିକ୍ଷା ଲାଭ । ରେଭେନ୍]ସା କଲେଜ୍]ରୁ ଆଇ.ଏସ୍]ସି. ଓ ବ୍ରହ୍ମପୁର ଖଲିକୋଟ୍ କଲେଜ୍]ରୁ ବି.ଏସ୍]ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗରେ ୧୯୫୩ରେ ଯୋଗଦାନ । ସେହି ବର୍ଷ ବ୍ରହ୍ମପୁରର ଖ୍ୟାତନାମା ପଣ୍ଡିତ ଓ କବିରାଜ ଅନନ୍ତ ତ୍ରିପାଠୀ ଶର୍ମାଙ୍କର ଚତୁର୍ଥ କନ୍ୟା ଅନସୂୟାଙ୍କ ସହିତ ବିବାହ । ଜଣେ ପଦସ୍ଥ କର୍ମଚାରୀ ଭାବେ ନାନାଦି ସ୍ଥାନରେ ଦାୟିତ୍ୱପୂର୍ଣ୍ଣର୍ କାର୍ଯ୍ୟ ସମ୍ପାଦନ କରି ସୁନାମ ଅର୍ଜନ । ୧୯୮୮ରେ ଚାକିରୀରୁ ଅବସର ଗ୍ରହଣ ପରେ ଭୁବନେଶ୍ୱରର ବାସିନ୍ଦା । ଦୁଇ ପୁତ୍ର ଅଶୋକ ଓ ପୁଷନ୍ ଉଚ୍ଚ ପଦସ୍ଥ କର୍ମଚାରୀ । Read More Read Less
An OTP has been sent to your Registered Email Id:
Resend Verification Code