close menu
Bookswagon-24x7 online bookstore
close menu
My Account
S K Pottekatta

S K Pottekattaଶଙ୍କରନ କୁଟ୍ଟୀଙ୍କ ଜନ୍ମ କାଲିକଟ ସହରର ପୋଟ୍]ଟେକ୍କାଟ୍ଟ ବଂଶରେ ୧୪.୦୩.୧୯୧୩ ରେ ହୋଇଥିଲା। ତାଙ୍କ ବାପା କୁଂଜିରାମନ ସ୍କୁଲରେ ଶିକ୍ଷକ ଥିଲେ। କାଲିକଟର ଗଣପତି ହାଇସ୍କୁଲ ତଥା ସାମୂତିରି କଲେଜରେ ତାଙ୍କର ଶିକ୍ଷା ଦିକ୍ଷା ହୋଇଥିଲା। ପିଲାଦିନରୁ ସାହିତ୍ୟ ପ୍ରତି ତାଙ୍କର ଆକର୍ଷଣ ଥିଲା। ନିଜ ପୁଅର କାହାୀ ବର୍ଣ୍ଣନା କରିବାକୁ ଆସିଥିବା ଜଣେ ମା'ର ଦୁଃଖ କାହାଣୀ ଛାତ୍ରାବସ୍ଥାରେ ଶଙ୍କରନ କୁଟ୍ଟୀଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ମା'ର ମାର୍ମିକ ଅଭିଯୋଗ ଶୁଣି ଛାତ୍ର ଶଙ୍କରନ କୁଟ୍ଟୀ ସେଇ ପୁଅକୁ ଗୋଟିଏ ଚିଠି ଲେଖିଥିଲେ। କିଛି ଦିନ ପରେ ସେଇ ପୁଅ ମା'କୁ ଖୋଜିବାକୁ ଆସିଲା। ତାଙ୍କର ସମ୍ପର୍କ ସୁଧୁରିଗଲା। ସେଇ ଚିଠିରୁ ସେ ଶବ୍ଦର ଆଶ୍ଚର୍ଯ୍ୟଜନକ ପ୍ରଭାବକୁ ବୁଝିଗଲେ। ଏହି ବୁଝିବା ତାଙ୍କୁ ଜଣେ ସାହିତ୍ୟିକ କଲା।ପାଠ ପଢ଼ା ଶେଷ ହେବାପରେ ସେ ପ୍ରଥମେ ଅଧ୍ୟାପନା ଏବଂ ତା'ପରେ ମୁମ୍ବାଇର ଏକ କପଡ଼ା କମ୍ପାନୀରେ କାମ କଲେ। ଯାଯାବର ଜୀବନ ତାଙ୍କର ସଉକ ଥିଲା। ୧୯୬୨ ମସିହାରେ ନିର୍ବାଚନ ଲଢ଼ି ସେ ସାଂସଦ ହେଲେ।ତାଙ୍କର ପ୍ରଥମ କାହାଣୀ- 'ରାଜନୀତି' ୧୯୨୮ ମସିହାରେ କଲେଜ ପତ୍ରିକାରେ ପ୍ରକାଶିତ ହୋଇଥିଲା। 'ମାତୃଭୂମି' ସାପ୍ତାହିକ ପତ୍ରିକା ତାଙ୍କ କାହାଣୀ ଲଗାତର ପ୍ରକାଶିତ କରିବାରେ ଲାଗିଥିଲା। ପ୍ରେମ କୀ ସଂଜା, ଘୁଁଘଟ, ବିଷକନ୍ୟା, କଥା ଏକ ଗଳି କି, କଥା ଏକ ପ୍ରାନ୍ତର କି, ଲୋଁଗ, କବୀନା ଏମିତି ଅନେକ ଉପନ୍ୟାସ ସେ ରଚନା କରିଛନ୍ତି।ରାଜ୍ୟ ତଥା ରାଷ୍ଟ୍ରସ୍ତରୀୟ କେତୋଟି ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ୧୯୮୦ ମସିହାରେ 'କଥା ଏକ ପ୍ରାନ୍ତର କୀ' ପୁସ୍ତକ ପାଇଁ ସେ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି।ସଂସଦୀୟ ଅନୁଭବ ଉପରେ କେନ୍ଦ୍ରିତ ଉପନ୍ୟାସ 'ନର୍ଥ ଏଭନ୍ୟୁ' ଅଧୁରା ହୋଇ ରହିଛି।ଅଗଷ୍ଟ ୬, ୧୯୮୨ରେ ଏସ୍]. କେ. କୁଟ୍ଟୀଙ୍କର ମୃତ୍ୟୁ ହେଲା। Read More Read Less

1 results found
List viewGrid view
Sort By:
1.
Nadan Premam1 % NR
Publisher: Black Eagle Books
No Review Yet
₹1,281
₹1,268
Binding:
Paperback
Release:
25 Jul 2025
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
No more records found
ASK VIDYA